ରେଢାଖୋଲ : ଜଙ୍ଗଲୀ ହାତୀ ଏବେ ହେଉଛନ୍ତି ଗାଁ ମୁହାଁ । ଗାଁ ଓ ସହରକୁ ଚାଲି ଆସୁଥିବାବେଳେ କେତେବେଳେ ଟ୍ରେନ ଧକ୍କାରେ ତ ଆଉ କେତେବେଳେ ବିଦ୍ୟୁତ ଆଘାତରେ ସେମାନଙ୍କର ମୃତ୍ୟୁ ହେଉଛି । ପୁଣି କେତେବେଳେ ଖାଦ୍ୟ ଅନ୍ୱେଷଣରେ ଘର ଦ୍ୱାର ଭାଙ୍ଗିବାକୁ ପଛଉ ନାହାନ୍ତି । ତେବେ ଦୁଇ ଦୁଇ ଟି ସ୍ଥାନରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ପ୍ରଥମ ବିଦ୍ୟୁତ ଆଘାତରେ ହାତୀର ମୃତ ହୋଇଛି । ନାକଟି ଦେଉଳ ରେଂଜ ଚହଟପଶି ନିକଟ ଏକ ଜଙ୍ଗଲରୁ ଉଦ୍ଧାର । ଘଟଣାସ୍ଥଳରେ ବନବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ସୁନ୍ଦରଗଡ କୋଇଡାରେ ଟ୍ରନରେ କଟି ହାତୀ ଛୁଆର ମୃତ୍ୟୁ ହୋଇଛି । ବରସୁଆଁ ରେଂଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣାରେ ମୃତ୍ୟୁ ହୋଇଛି । ମୃତ ହାତୀ ଛୁଆକୁ ଜଗି ରହିଛି ମାଆ ହାତୀ ସହ ୬ଟିକିଆ ହାତୀପଲ । ହାତୀ ପଲ ଜଗି ରହିଥିବାରୁ ହାତୀର ମୃତଦେହ ଜବତ ହୋଇପାରିନି ।
Views: 43