ଭୁବନେଶ୍ୱର : ବିଦାୟ ନେଉଛି ୨୦୨୫ । ଅନେକ ସ୍ମୃତି, ଖୁସି, ଦୁଃଖକୁ ସାଥିରେ ନେଇ ସରିଯାଉଛି ୨୦୨୫ । ଇଂରାଜୀ ନୂଆବର୍ଷ ୨୦୨୬ କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଉ ମାତ୍ର କେଇ ଘଣ୍ଟା ପରେ ଆରମ୍ଭ ହେବ ୨୦୨୬ ମସିହା । ଅନ୍ୟପଟେ ଆଜି ଏବର୍ଷର ଶେଷ ସୂର୍ୟ୍ୟୋଦୟକୁ ମନଭରି ଉପଭୋଗ କରିଛନ୍ତି ଲୋକ । ଉଦିତ ସୂର୍ୟ୍ୟଙ୍କ ଆଭାରେ ଉଦଭାସିତ ହୋଇଥିଲା ଚାରିଆଡ଼ । ଚିକମିକ ଦିଶିଥିଲା ସମୁଦ୍ର ନୀଳ ଜଳରାଶି । ପୁରୀ, ମୁମ୍ବାଇ, ତାମିଲନାଡୁ, କନ୍ୟାକୁମାରୀ ଆଦି ସ୍ଥାନରେ ଲୋକଙ୍କ ଭିଡ଼ ଜମିଛି । ଇଂରାଜୀ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସଭିଏଁ ଉତ୍ସବ ମୁଖର । ପୂର୍ବ ଆକାଶରେ ସିନ୍ଦୂରା ଫିଟିବା ସହ ବିଭିନ୍ନ ବେଳାଭୂମି ଓ ପର୍ୟ୍ୟଟନ ସ୍ଥଳୀରେ ଭିଡ଼ ବଢ଼ିଛି । ପରିବାର ଓ ବନ୍ଧୁଙ୍କ ସହ ଭୋଜିଭାତ ପାଇଁ ଲୋକମାନେ ବୁଲି ଆସିଛନ୍ତି ।
ଆଜିଠୁ ଜାନୁଆରି ୨ ତାରିଖ ଯାଏଁ ପୁରୀରେ ଭକ୍ତ ଓ ପର୍ୟ୍ୟଟକଙ୍କ ପ୍ରବଳ ଭିଡ଼ ହେବ । ଏହାକୁ ଆଖିରେ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯ।ଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ୫ ଥାକିଆ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ, ପାନୀୟ ଜଳ ସୁବିଧା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।
ସରକାରୀ ଭାବେ ପାଳନ ଉପରେ ଅଙ୍କୁଶ ଲଗାଯାଇଥିଲେ ବି ଧୁମଧାମରେ ନୂଆବର୍ଷ ପାଳନ ପାଇଁ ଟୁଇନସିଟିରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଜିରୋନାଇଟ୍ ସେଲିବ୍ରେସନ ଉପରେ ଜୋର ଦେଇଛି କମିସନରେଟ ପୁଲିସ । ଏନେଇ ହୋଟେଲ, ବାର୍, ରେଷ୍ଟୁରାଣ୍ଟ, କ୍ଲବ ପାଇଁ ପରାମର୍ଶବଳୀ ଜାରି କରାଯାଇଛି । ମହିଳା ଓ ଶିଶୁଙ୍କ ପାଇଁ ଅଲଗା ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଛି । ଯୁବପିଢ଼ି ନିଶା ସେବନ କରି ଅନ୍ୟଙ୍କ ପାଇଁ ଦୁଃଖର କାରଣ ନସାଜିବାକୁ ପରାମର୍ଶ ଦେଇଛି ପୁଲିସ ।
ବିଦାୟ ନେଉଛି ୨୦୨୫ , ୨୦୨୬କୁ ସ୍ୱାଗତ କରିବାକୁ ସବୁଠି ପ୍ରସ୍ତୁତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











