ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଜିତିବା ପରେ ରାହୁଲଙ୍କ ଟ୍ରକ ଯାତ୍ରା । ଦିଲ୍ଲୀରୁ ସିମଲା ଯାଉଥିବା ବେଳେ ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ସୋମବାର ରାତିର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସାଧାରଣ ଲୋକଙ୍କ ସହ ରାହୁଲଙ୍କ ଏହି ଭେଟଘାଟକୁ ୟୁଜର୍ସ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଟ୍ରକରେ ଯାତ୍ରା ବେଳେ ରାହୁଲ ଡ୍ରାଇଭରମାନଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି । କଂଗ୍ରେସର ବହୁ ନେତା ରାହୁଲଙ୍କ ଏହି ଭିଡିଓ ସେୟାର କରିବା ସହ ପୂରା ଦେଶ ରାହୁଲଙ୍କ ସହ ଚାଲୁଛି ବୋଲି କହିଛନ୍ତି । ଟ୍ରକରେ ଯାତ୍ରା ପୂର୍ବରୁ ନୂଆ ସଂସଦ ଭବନ ଉଦଘାଟନକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ରାହୁଲ । ରାଷ୍ଟ୍ରପତିଙ୍କ ଦ୍ବାରା ସଂସଦ ଭବନ ଲୋକାର୍ପଣ କରିବା କଥା ବୋଲି ସେ ଟୁଇଟ କରିଥିଲେ ।
Views: 79