The Ultimate Managed Hosting Platform
ADVERTISEMENT

ବିଜେବି କଲେଜ ଗଣ୍ଡଗୋଳ; ଜଣେ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ବିଜେବି କଲେଜ ଗଣ୍ଡଗୋଳ ଘଟଣାରେ ଜଣେ ଗିରଫ । ଜିତ ପାଣିଗ୍ରାହୀଙ୍କୁ ଗିରଫ କଲା ବଡଗଡ ଥାନା ପୋଲିସ । କ୍ୟାମ୍ପସରେ ଧମକ ଚମକ ଦେବା ଅଶାନ୍ତି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ବରଗଡ ଥାନାରେ ମାମଲା ରୁଜୁ ପରେ ଗିରଫ କଲା ପୋଲିସ । ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ରୁ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନି। ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀଙ୍କ ଭିଡିଓ ରେକଡିଂକୁ ନେଇ ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ହସ୍ତକ୍ଷେପ କରିବା ସହ ଜଣେ ଛାତ୍ରଙ୍କୁ କାବୁ କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ହେଲେ କ୍ୟାମ୍ପସ୍ରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login