ଭୁବନେଶ୍ୱର : ୮ରେ ହେବ ବିଜେପି ରାଜ୍ୟ ସଭାପତି ଘୋଷଣା । ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୭ ତାରିଖରେ ହେବ ନାମାଙ୍କନ ପତ୍ର ଦାଖଲ । ୮ ତାରିଖରେ ଭୋଟ ଓ ଫଳାଫଳ ଘୋଷଣା ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ । ଜୁଲାଇ ୧ ତାରିଖରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବାର ଥିଲା । କିନ୍ତୁ ପୁରୀ ଦଳାଚକଟା ଘଟଣା ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ପ୍ରତି ୩ବର୍ଷରେ ଥରେ ବିଜେପିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ । ୨୦୨୩ ମାର୍ଚ୍ଚ ୨୪ରୁ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ମନମୋହନ ସାମଲ ।
Views: 21