The Ultimate Managed Hosting Platform
ADVERTISEMENT

ବିଜେପି ଗୁଣ୍ଡା ଓ ଜମି ମାଫିଆଙ୍କୁ ଦଳରେ ସାମିଲ କରୁଛି ; ସସ୍ମିତ

Facebook
Twitter
LinkedIn

ଭୁବନେଶ୍ୱର : ବିଜେପି ଉପରେ ବର୍ଷିଲେ ସସ୍ମିତ ପାତ୍ର । ବିଜେଡି ଛାଡି ବିଜେପିରେ ଆସିଥିବା ନେତାଙ୍କୁ ଟାର୍ଗେଟ କରିଛି ବିଜେଡି । କେବଳ ନେତା ନୁହଁ ବରଂ ଯେଉଁ ଦଳ କୋଳାଇ ନେଇଛି ଅର୍ଥାତ ବିଜେପିକୁ ମଧ୍ୟ ସମାଲୋଚନା କରିଛି ବିଜେଡି । ବିଶେଷ କରି କେନ୍ଦ୍ରାପଡାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ର ଟାର୍ଗେଟ କରିଛନ୍ତି ।ଦଳରେ ପୂର୍ବତନ ସହଯୋଗୀ ଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ସସ୍ମିତ ପାତ୍ର ଗୁଣ୍ଡା ବୋଲି କହିଛନ୍ତି । କହିଛନ୍ତି, ଏହି ନେତାଙ୍କୁ ପୂର୍ବରୁ ବିଜେପି ସମାଲୋଚନା କରୁଥିଲା କିନ୍ତୁ ଏବେ ସେହି ଦଳ କୋଳେଇ ନେଇଛି ବୋଲି କହି ବିଜେପିକୁ କଟାକ୍ଷ କରିଛନ୍ତି ସସ୍ମିତ ପାତ୍ର । ବିଜେପି ଗୁଣ୍ଡା ଶ୍ରେଣୀର ଲୋକ, ମନି ଲଣ୍ଡ୍ରିଂ , ଜମି ମାଫିଆଙ୍କୁ ଦଳରେ ସାମିଲ କରି ଟିକେଟ ଦେଉଥିବା ଅଭିଯୋଗ କରିଛନ୍ତି ସସ୍ମିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login