The Ultimate Managed Hosting Platform
ADVERTISEMENT

ବିଜେପିରେ ମିଶିଲେ କାରଖାନା ଭାଉଜ

Facebook
Twitter
LinkedIn

ଭୁବନେଶ୍ୱର : ବିଜେପିରେ ମିଶିଲେ କାରଖାନା ଭାଉଜ । ଭୁବନେଶ୍ୱରରେ କାରରେ ଖାଦ୍ୟ ପରସି ଚର୍ଚ୍ଚାରେ ଥିବା ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ଦୁଇ ଯା’ । ଏବେ ରାମ ମନ୍ଦିର ନିକଟରେ କାର-ଖାନା ଖୋଲିଛନ୍ତି ଏହି ଦୁଇ ଯା’ । ପୂର୍ବରୁ ରାଜଧାନୀର ବିଭିନ୍ନ ସ୍ଥାନରେ କାରରେ ଆସି ଖାଦ୍ୟ ବିକ୍ରି କରୁଥିଲେ । ଦୁଇ ଯା’ଙ୍କ କାରରେ ଖାଦ୍ୟ ବିକ୍ରି କରିବାକୁ ନେଇ ବେଶ୍ ବିବାଦ ମଧ୍ୟ ହୋଇଥିଲା । ଏହି ଦୁଇ ଯା’ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ଏବେ ଦୁଇ ଯା’ ବିଜେପିରେ ସାମିଲ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login