ଭୁବନେଶ୍ୱର : ବିଜେଡି ସାଙ୍ଗଠନିକ ନିର୍ବାଚନ ବର୍ଷେ ଘୁଞ୍ଚାଇବାକୁ ନିଷ୍ପତ୍ତି । ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି କାର୍ଯ୍ୟକାରିଣୀ ବୈଠଳରେ ନିଷ୍ପତ୍ତି । ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତାକୁ ରାଜ୍ୟର ତୃଣମୂଳସ୍ତରରେ ପହଞ୍ଚାଇାବକୁ ଆରମ୍ଭ କରିବ ଅଭିଯାନ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଚାଲିଥିବା କାର୍ୟ୍ୟକାରିଣୀ ବୈଠକରେ ନିଆଗଲା ନିଷ୍ପତ୍ତି । ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଉପରେ ଚାଲିଛି ଆଲୋଚନା । ଯେହେତୁ ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ରହିଛି ତେଣୁ କେଉଁ ରଣନୀତି ନେଇ ଲୋକମାନଙ୍କ ପାଖକୁ ଦଳ ଯିବ ତାର ଖସଡ଼ା ପ୍ରସ୍ତୁତ କରୁଛି ଦଳ । ୨୦୨୦ ମସିହାରେ ଶେଷ ଥର ପାଇଁ ବସିଥିଲା ଦଳର କାର୍ୟ୍ୟକରିଣୀ ବୈଠକ ।
Views: 96











