ଅନୁଗୁଳ : ପୂର୍ବତନ ସରପଞ୍ଚଙ୍କୁ ବୀଭତ୍ସ ହତ୍ୟା । ଅନୁଗୁଳ ଜରପଡା ଜେରେଙ୍ଗ ତଳସାହିରେ ନିମର୍ମ ହତ୍ୟା କାଣ୍ଡ । ଛାତ ଉପରେ ଶୋଇଥିବା ବେଳେ ଦୁର୍ବୁତ୍ତ ହତ୍ୟା କରି ଫିଙ୍ଗିଦେଇଥିଲେ । ଆଜି ସକାଳେ ତାଙ୍କ ମୃତଦେହକୁ ନିଜ ଘର ସାମ୍ନାରୁ ଉଦ୍ଧାର କର ଯାଇଛି । ମୁଣ୍ଡ ଓ ଗୋଡରେ କ୍ଷତ ଦାଗ ରହିଛି । ଘଟଣାସ୍ତଳରେ ଜରପଡା ପୋଲିସ ଛାନଭିନ ଆରମ୍ଭ କରିଛି । ବିଜେଡିକୁ ସମର୍ଥନ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି ।
Views: 87











