ଭୁବନେଶ୍ୱର : ବିଜେଡି ଛାଡିଲେ ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧକ୍ଷା ଜ୍ୟୋତି ପାଣିଗ୍ରାହୀ । ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡି ଛାଡିଲେ । ସୂଚନା ଅନୁସାରେ ଜ୍ୟୋତି ପାଣିଗ୍ରାହୀ ବିଜେଡିର ଜଣେ ଦକ୍ଷ ନେତ୍ରୀ ଭାବେ ଜଣାଶୁଣା। ସେଥିପାଇଁ ଦଳ ତାଙ୍କୁ ସୁନ୍ଦରଗଡର ପର୍ୟ୍ୟବେକ୍ଷକ ଦାୟିତ୍ୱ ଦେଇଥିଲା। କିନ୍ତୁ ଏବେ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ପରି ଦଳ ଆଉ ନାହିଁ। ଦଳର ନେତାଙ୍କୁ ଆଉ ଭେଟି ହେଉନାହିଁ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।
Views: 101











