ସାଲେପୁର : ବିଜେଡି ପକ୍ଷରୁ ୮ ଘଣ୍ଟିଆ ସାଲେପୁର ବନ୍ଦ ପାଳନ । ସାଲେପୁରକୁ ଏନଏସି ଘୋଷଣା ଦାବିରେ ବିଜେଡିରେ ବନ୍ଦ ପାଳନ । ସାଲେପୁର ସହରରେ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ । କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ସାଲେପୁର କୁଆଁପାଳ ଛକରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଛି । ରାଜ୍ୟ ସରକାରଙ୍କ ବିରୋଧରେ ବିଧାୟକଙ୍କ ସହ ବହୁ କର୍ମୀ ଓ ସାଧାରାଣ ଲୋକମଧ୍ୟ ଏହି ବନ୍ଦରେ ସାମିଲ ହୋଇ ନାରାବାଜି କରୁଛନ୍ତି । ଗାଡି ମଟର , ଦୋକାନ ବଜାର ବନ୍ଦ ସହ ବହୁ ସ୍କୁଲ କଲେଜ ମଧ୍ୟ ସଂଗଠନ ପକ୍ଷରୁ ବନ୍ଦ କରାଯାଇଛି ।
Views: 40