ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର ।ନବୀନ ନିବାସ ଯାଇ ବିଜେଡିରେ ସାମିଲ ହେଲେ ।ଆଦିତ୍ୟ ବିର୍ଲା ଗ୍ରୁପର ଏଚଆର ହେଡ୍ ଥିଲେ ସନ୍ତୃପ୍ତ ମିଶ୍ର ।
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ । ଦଳରେ ସାମିଲ ହେବା ପରେ ସନ୍ତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି । ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ । ବହୁରାଷ୍ଟୀୟ କମ୍ପାନିରେ କାମ କରୁଥିବାରୁ ଓଡ଼ିଶା ବାହାରେ ରହୁଥିଲି । କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା ।
Views: 73