ବାରିପଦା:ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି। ଯାହାକି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଉକ୍ତ ମିଶ୍ରଣ କାର୍ୟ୍ୟକ୍ରମରେ ଜେଏମଏମ, ବିଜେପି, କଂଗ୍ରେସ ଆଦି ଦଳର ବହୁ ସଂଖ୍ୟକ କର୍ମକର୍ତ୍ତାମାନେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତର ହଜାର ହଜାର ସଂଖ୍ୟକ ଲୋକମାନେ ଯୋଗ ଦେଇଛନ୍ତି। ତେବେ ବଡ଼ସାହି ନୂତନ ବିଧାନସଭା କ୍ଷେତ୍ର ଭାବେ ଗଠିତ ହେବା ପରେ ଶ୍ରୀ ସେଠୀ ୨୦୦୯ ମସିହାରେ ବିଜେଡି ଦଳରୁ ଟିକଟ ପାଇ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ନିର୍ବାଚନରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିବା ଗଣେଶ୍ବର ପାତ୍ରଙ୍କୁ ଟିକଟ ଦେବାରୁ ଶ୍ରୀ ସେଠୀ ଦ୍ବିତୀୟ ଥର ବିଧାୟକ ଭାବେ ନିର୍ବାଚନ ଲଢିବା ଆଶା ମଉଳିଯାଇଥିଲା। ଫଳରେ ଅଭିମାନରେ ନିଜର ସମର୍ଥକଙ୍କ ସହିତ ଶ୍ରୀ ସେଠୀ ବିଜେଡି ଛାଡି ବିଜେପିରେ ମିଶିଥିଲେ । ମାତ୍ର ସେଠାରେ ତାଙ୍କୁ ଗୁରୁତ୍ୱ ଦିଆନଯାଇ ତାଙ୍କୁ ଅଣଦେଖା କରି ଚାଲିଥିଲେ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପ୍ରତି ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ ବ୍ୟାପକ କାର୍ୟ୍ୟକ୍ରମ ହାତକୁ ନେବା ପ୍ରଭାବିତ କରିଥିଲା।
ବିଜେଡିରେ ମିଶିଲେ ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











