The Ultimate Managed Hosting Platform
ADVERTISEMENT

ବାୟୁ ପ୍ରଦୂଷଣ ; ବଢିଲା ସ୍କୁଲ ଛୁଟି, ୧୮ ଯାଏଁ ଛୁଟି ଘୋଷଣା

Facebook
Twitter
LinkedIn

ନୂଆଦିଲ୍ଲୀ : ଉକ୍ରଟ ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା । ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ବଢିବାରେ ଲାଗିଛି । ଆଉ ଏହା ମଧ୍ୟରେ ୫ମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ପିଲାଙ୍କ ଛୁଟିକୁ ବଢାଇ ଦିଆଯାଇଛି । ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ସ୍କୁଲ ଛୁଟି ବଢିବା ନେଇ ଘୋଷଣା କରିଛନ୍ତି । ପ୍ରଦୂଷଣ ସ୍ତର ବଢିବାରୁ ୧୦ ନଭେମ୍ବର ନୁହେଁ ୧୮ ନଭେମ୍ବର ପର୍ୟ୍ୟନ୍ତ ଛୁଟିକୁ ବଢାଇ ଦିଆଯାଛି । ପ୍ରଥମରୁ ୫ମ୍ ପର୍ୟନ୍ତ ସ୍କୁଲ ସଂପୂର୍ଣ୍ଣ ବନ୍ଦ ରହିବା ସ୍ଥଳେ ୬ଷ୍ଠରୁ ୧୨ଶ ଶ୍ରେଣୀ ପର୍ୟ୍ୟନ୍ତ ପିଲା ଅନଲାଇନ କ୍ଲାସ କରିବେ ।
ଦିଲ୍ଲୀ ସରକାର ଦ୍ୱାରା ଜାରି ହୋଇଥିବା ଆଦେଶରେ କୁହାଯାଇଛି କି, ଦିଲ୍ଲୀରେ ଏକ୍ୟୁଆଇ ୯୦୦ ପାର ହୋଇସାରିଛି । ଯାହା ବହୁତ ଗମ୍ଭୀର । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ଏହାପୂର୍ବରୁ ୧୦ ତାରିଖ ପର୍ୟ୍ୟନ୍ତ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ସ୍ଥଳେ ଏବେ ଏହାକୁ ବଢାଇ ଦିଆଯାଇଛି । ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ବାୟୁ ପ୍ରଦୂଷଣ ଯୋଗୁଁ ଶୀତକାଳୀନ ଛୁଟି ଆଗୁଆ ଘୋଷଣା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login