The Ultimate Managed Hosting Platform
ADVERTISEMENT

ବାରାକରେ ହାବିଲଦାରଙ୍କ ମୃତଦେହ

Facebook
Twitter
LinkedIn

କଟକ : ଓଏମପି ବାରାକରେ ହାବିଲଦାରଙ୍କ ମୃତଦେହ ଠାବ । ୬ ନମ୍ବର ବାଟାଲିଅନର ବାରାକରେ ଝୁଲନ୍ତା ମୃତଦେହ ଠାବ । ମୃତ ହାବିଲଦାର ତ୍ରିଲୋଚନ ସେଠୀ । ମୃତ୍ୟୁର କାରଣ ଅସ୍ପଷ୍ଟ । ଯାଜପୁର ବରୀ ଅଞ୍ଚଳର ତ୍ରିଲୋଚନ। ଦୀର୍ଘ ଦିନ ହେବ ତ୍ରିଲୋଚନଙ୍କର ପାରିବାରିକ ଅଶାନ୍ତି ଲାଗିରହିଥିଲା। ଅଧିକାଂଶ ସମୟ ସେ ମାନସିକ ଚାପରେ ରହୁଥିଲେ। ତ୍ରିଲୋଚନ ଦୀର୍ଘ ଦିନ ଧରି କଟକରେ କାମ କରୁଥିଲେ। ସେ ବିବାହ କରି ପରିବାର ସହିତ ରହୁଥିଲେ ହଁ ଅନ୍ୟ ମହିଳାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ପରିବାର ନୂଆବଜ଼ାର ଅଞ୍ଚଳରେ ଭଡାରେ ରହୁଥିଲେ। ଅଧିକାଂଶ ସମୟ ଘରକୁ ନଯାଇ ସେ ବାରାକରେ ରହୁଥିଲେ। ଗତକାଲି ସେ ଏସସିବି ମେଡିକାଲରୁ ଡ୍ୟୁଟି ସାରି ବାଟାଲିୟନ ଆସିଥିଲେ। ରାତି ଖାଇବା ଖାଇ ଶୋଇବାକୁ ଯାଇଥିଲେ। ଆଜି ତାଙ୍କର ମୃତ ଶରୀର ରୁମ ରୁ ମିଳିଛି।ଚାଉଳିଆଗଞ୍ଜ ପୋଲିସ ବାଟାଲିୟନରେ ପହଂଚି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login