The Ultimate Managed Hosting Platform
ADVERTISEMENT

ବାପ, ଝିଅଙ୍କୁ ପିଟି ରୋମିଓ ଛୁ

Facebook
Twitter
LinkedIn

ସୋର : ଦଶମ ଶ୍ରେଣୀ ଛାତ୍ରୀ ଓ ତାଙ୍କ ବାପାଙ୍କୁ ଯୁବକଙ୍କ ଆକ୍ରମଣ । ଗୋପାଳପୁର ଥାନା ତାଳପଦା ଅଞ୍ଚଳରେ ଯୁବକଙ୍କ ଆକ୍ରମଣ । ସ୍କୁଲ ଆସୁଥିବା ବେଳେ ପ୍ରଥମେ ଛାତ୍ରୀଙ୍କୁ ମୁଥ ମାରିଲା ଯୁବକ । ଖବର ଶୁଣି ଘଟଣାସ୍ଥଳରେ ପହଁଚିବା ପରେ ବାପାଙ୍କୁ ମଧ୍ୟ ଆକ୍ରମଣ । ଏକତରଫା ପ୍ରେମରୁ ଆକ୍ରମଣ ସୂଚନା , ଯୁବକ ଫେରାର ।
ସୂଚନା ଅନୁସାରେ ଗୋପାଳପୁର ଥାନା କଲ୍ୟାଣୀ ପଞ୍ଚାୟତ ଭିର୍ଲା ଗ୍ରାମର ଜଣେ ଝିଅ ନିକଟସ୍ଥ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳେ ସ୍କୁଲ ଯାଉଥିବା ବେଳେ ଏକ ତରଫା ପ୍ରେମ କରୁଥିବା ଯୁବକ ତାଳପଦା ଗ୍ରାମର ମାଉଁ ମଳିକଙ୍କ ପୁଅ ନବୀନ ମଳିକ ବାଟରେ ଅଟକାଇ ପ୍ରେମ ନିବେଦନ କରିଥିଲେ। ଝିଅ ରାଜି ନହେବାରୁ ତାଙ୍କୁ ଏକ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଖବର ପାଇ ନାବାଳିକାଙ୍କ ବାପା ସେଠାରେ ପହଞ୍ଚି ପ୍ରତିବାଦ କରିବାରୁ ଯୁବକଜଣଙ୍କ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିବାରୁ ଉଭୟ ବାପ ଝିଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login