The Ultimate Managed Hosting Platform
ADVERTISEMENT

ବାଣ ବିସ୍ଫୋରଣ : ୮ ମୃତ

Facebook
Twitter
LinkedIn

କୋଲକତା : ପଶ୍ଚିମବଙ୍ଗରେ ପୁଣି ଏକ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣର ମାତ୍ରା ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ଭୁଶୁଡି ପଡିଥିଲା । ବିସ୍ଫୋରଣରେ ଆଖପାଖରେ ଥିବା ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ, ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ସମୟରେ ଅନେକ ଲୋକ କାରଖାନାରେ କାମ କରୁଥିଲେ। ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାସ୍ଥଳରୁ ଏ ପର୍ୟ୍ୟନ୍ତ ୫ ମୃତଦେହକୁ ଉଦ୍ଧାର କରାଯାଇଛି। ବାକି ଅନ୍ୟମାନଙ୍କୁ ଖୋଜା ଚାଲିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login