ଯାଜପୁର : ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଗତକାଲି ମଧ୍ୟ ରାତ୍ରିରେ ମିଲିଟାରୀ ଛକ ନିକଟରେ ବାଇକ ଯୋଗେ ଆସୁଥିବା ତିନିଜଣ ଯୁବକ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଯାଇଥିଲେ । ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ତୁରନ୍ତ ଖବର ପାଇ ଦାନଗଦି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତକୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ପଠାଇବା ସହିତ ମୃତ ଦୁଇଜଣଙ୍କୁ ଶବ ବ୍ୟବଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣା ପଡିଛି । ମୃତ ଦୁଇ ଜଣ ରାବେଣା ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।
Views: 85