The Ultimate Managed Hosting Platform
ADVERTISEMENT

ବାଂଲାଦେଶରେ ସି-ତ୍ରାଙ୍ଗ ପ୍ରଭାବ, ୫ ଜଣକ ଜୀବନ ନେଲା ବାତ୍ୟା

Facebook
Twitter
LinkedIn

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ସି-ତ୍ରାଙ୍ଗ ଗତକାଲି ବିଳମ୍ବିତ ରାତିରେ ବାଙ୍ଗଲାଦେଶ ଛୁଇଁଛି । ସୋମବାର ବିଳମ୍ବିତ ରାତିରେ ବାଙ୍ଗଲାଦେଶର ଦକ୍ଷିଣ-ପଶ୍ଚିମ ତଟରେ ମାଡ଼ ହୋଇଛି । ଆଉ ଏହାର ପ୍ରଭାବ ବାଙ୍ଗଲାଦେଶର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି। ଏହାରି ମଧ୍ୟରେ ସୂଚନା ରହିଛି ଯେ ସି-ତ୍ରାଙ୍ଗ ଲ୍ୟାଣ୍ଡଫଲ କାରଣରୁ ପାଞ୍ଚ ଜଣକ ମୃତ୍ୟୁ ହୋଇଛି । ବିପର୍ଯ୍ୟୟ ପରିଚାଳନା ନିୟନ୍ତ୍ରଣ ପ୍ରବକ୍ତା କହିଛନ୍ତି ଯେ ବରଗୁନା, ନରେଲ, ସରାଜଗଞ୍ଜ ଜିଲ୍ଲା ଏବଂ ଭୋଲାର ଦ୍ୱୀପ ଜିଲ୍ଳାରେ ୫ ଜଣକ ମୃତ୍ୟୁ ହୋଇଛି।

ଏହା ପୂର୍ବରୁ ବାଙ୍ଗଲାଦେଶରେ ସୋମବାର ୨.୧୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଦକ୍ଷିଣ-ପଶ୍ଚିମ ତଟବର୍ତ୍ତୀ ଜିଲ୍ଳାରେ ପ୍ରଥମରୁ ହିଁ ବାତ୍ୟା ପ୍ରଭାବ ଦେଖିବାକୁ ମିଳିଛି। ଢାକା ସହ ଦେଶର ଅଧିକାଂଶ ଭାଗରେ ଲଗାତାର ବର୍ଷା ହେଉଛି। ପାଣିପାଗ ବିଭାଗ ବିଭିନ୍ନ ବନ୍ଦର ପାଇଁ ସତର୍କତା ଜାରି କରିଛି। ପାଣିପାଗ ବିଭାଗ କାର୍ଯ୍ୟାଳୟ ଚେତାବନୀ ଦେଇଛି ଯେ ଦକ୍ଷିଣ-ପଶ୍ଚିମ ପତୁଆଖାଲି, ଭୋଲା, ବରଗୁଣା ଏବଂ ଝଲକାଥୀକୁ ବାତ୍ୟା ଯୋଗୁ ସବୁଠୁ ଅଧିକ କ୍ଷତି ହେବାର ଆଶଙ୍କା ରହିଛି।

ଏପଟେ ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାତ୍ୟା ସି-ତ୍ରାଙ୍ଗ ୨୪ ଅକ୍ଟୋବର ରାତି ୧୧:୩୦ ରେ ଢ଼ାକାରୁ ପ୍ରାୟ ୪୦ କିମି ପୂର୍ବରେ ତଟବର୍ତ୍ତୀ ବାଙ୍ଗଲାଦେଶରେ ମାଡ଼ ହୋଇଥିଲା। ଏହା ଉତ୍ତର-ଉତ୍ତର-ପୂର୍ବକୁ ବଢ଼ିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବ। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login