ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରବଳ ଭିଡ । ଟିକେଟ କାଟିଲା ପରେ ବି ଟ୍ରେନରେ ଜାଗା ନାହିଁ । ଗନ୍ତବ୍ୟ ସ୍ଥାନରେ ପହଁଚିବାକୁ ଟ୍ରେନରେ ଭିଡ । ଭିଡ ନିୟନ୍ତ୍ରଣ ପାଇଁ ଆରପିଏଫ ଟିମକୁ ଦାୟିତ୍ୱ । ବସ ଧର୍ମଘଟ ଯୋଗୁଁ ଟ୍ରେନରେ ଭିଡ ପରିଲକ୍ଷିତ । ସରକାରୀ ବସରେ ମଧ୍ୟ ପ୍ରବଳ ଭିଡ । ଛିଡା ହୋଇ ଗନ୍ତବ୍ୟସ୍ତଳକୁ ଯାଉଛନ୍ତି ଯାତ୍ରୀ ।
ସୂଚନା ଅନୁଯାୟୀ , ଆଜି ସାରା ରାଜ୍ୟରେ ଗଡୁନି ଘରୋଇ ବସ । ଆନେ୍ଦାଳନରେ ଅଟଳ ରହିଛି ଘରୋଇ ବସ ମାଲିକ ସଂଘ । ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଆନେ୍ଦାଳନକୁ ଓହ୍ଲାଇଛି ବସ ସଂଘ । ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରି ଆନେ୍ଦାଳନ ଜାରି । ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ଘରୋଇ ବସ ସେବା ବନ୍ଦ ରହିବ। ଫଳରେ ପୂଜା ସମୟରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇନପାରି ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି।
Views: 84