କଟକ : କଟକର ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ,ସିଏମସିର ବମ୍ଫକୁଦ ନୂଆଗଡ଼ ବସ୍ତିରେ ପହଞ୍ଚି , ବସ୍ତି ବାସିନ୍ଦାକୁ କମଳ ବାଣ୍ଟିବା, ଛୋଟ ପିଲାମାନଙ୍କୁ ନୂଆ ପୋଷାକ ଦେବା, କେକେ କାଟି ଖୁଆଇବା ସହିତ କୁନି ପିଲାଙ୍କ ନାଚଗୀତରେ ସାମିଲ ହୋଇ ଧୁମଧାମରେ ନୂଆ ବର୍ଷ -୨୦୨୪କୁ ସ୍ୱାଗତ କରିଥିଲେ । ଏହି ଅବସରରେ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବସ୍ତି ପିଲା ମାନଙ୍କୁ ରନ୍ଧା ଖାଦ୍ୟ ପରସିଥିଲେ । ଏହି କାର୍ୟ୍ୟକ୍ରମରେ ପ୍ରମୋଦ କୁମାର ବେହେରା, ପ୍ରକାଶ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
Views: 106











