ଢାକା : ଢାକାରେ ଏକ ବସ୍ତିରେ ନିଆଁ । ଫଳରେ ଜଳିଗଲା ୧୫୦୦ରୁ ଅଧିକ ଘର ।ହଜାର ହଜାର ଲୋକ ବାସହରା । କିନ୍ତୁ ଏଥିରେ କାହାର ବି ଜୀବନ ଯାଇନି । ୧୬ ଘଣ୍ଟାର କଠିନ ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ । ଫାୟାର ସର୍ଭିସ ଡାଇରେକ୍ଟର ଲେଫନାଣ୍ଟ କର୍ନଲ ମହମ୍ମଦ ତାଜୁଲ ଇସ୍ଲାମ କହିଛନ୍ତି, ନିଆଁରେ ପାଖାପାଖି ୧୫୦୦ ବସ୍ତି ଘର ଜଳିଯାଇଛି, ସବୁକିଛି କ୍ଷତିଗ୍ରସ୍ତ ହୋଇଛି । ଫଳରେ ହଜାର ହଜାର ଲୋକ ବାସହରା ହୋଇଛନ୍ତି । ଏହି ବସ୍ତିରେ ପ୍ରାୟ ୬୦୦୦ ଲୋକ ରହୁଥିଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ ଶରଣାର୍ଥୀ ରହିଥିଲେ । ବସ୍ତି ୧୬୦ ଏକରରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ ।
ଯେଉଁ ଲୋକମାନଙ୍କ ଘର ଜଳିଛି, ସେମାନେ ପାଉଁଶ ଭିତରୁ ନିଜର ମୂଲ୍ୟବାନ ଜିନିଷ ଖୋଜୁଛନ୍ତି । ଲୋକମାନେ ବହୁତ ସମସ୍ୟାରେ ରହିଛନ୍ତି । ଦମକଳ ଗାଡି ବସ୍ତି ଭିତରେ ପଶିବାକୁ ଅସୁବିଧା ହୋଇଥିଲା । ତେଣୁ ନିଆଁ ଲିଭାଇବାକୁ ୧୬ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏଠିକାର ଲୋକ ଛୋଟ ମୋଟ କାମ କରି ଜୀବନ ଅତିବାହିତ କରୁଥିଲେ ।
Views: 56











