ପିପିଲି : ପିପିଲି ବଳଙ୍ଗା ଘଟଣାରେ ୨ଟି ଅଧା କିରାସିନି ବୋତଲ ଜବତ । ନାବାଳିକାର ପୋଡା କପଡା ମଧ୍ୟ ଜବତ କଲା ଫୋରେନସିକ ଟିମ୍ । ଘଟଣାସ୍ଥଳରୁ ଦିଆସିଲି , ଚୁଡି, ଚପଲ, ତାବିଜ ମଧ୍ୟ ଉଦ୍ଧାର । ଅନ୍ୟପଟେ ପୀଡିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଚାଞ୍ଚଲ୍ୟ କର ବୟାନ । ଝିଅଟି ଜଳିଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ କହି ଦୈାଡି ଆସିଲା । ମୋ ଘର ଭିତରକୁ ପଶି ଆସିବାରୁ ତୁରନ୍ତ ନିଆଁ ଲିଭାଇ ପାଣି ଦେଲି । ପୂରା ଶରୀର ପୋଡି ଯାଇଛି , ନିଆଁ ଲିଭାଇ ଡ୍ରେସ ପିନ୍ଧାଇଲି । ମୁହଁକୁ ରୁମାଲ ପକାଇ ୩ ଦୁର୍ବୁତ୍ତ ବାଇକରେ ନେଇ ଆସିଥିଲେ କହିଲା । ବହି ଦେବାକୁ ଆସି ଫେରଲା ବେଳେ ଏପରି ଘଟଣା ଘଟିଛି କହିଲା । ସେମାନେ କିଏ ପଚାରିବାରୁ ଚିହ୍ନି ବୋଲି ମୋତେ କହିଛି ।
Views: 44