The Ultimate Managed Hosting Platform
ADVERTISEMENT

ବଲିଉଡର ଭେଟରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

Facebook
Twitter
LinkedIn

ମୁମ୍ବାଇ : ବଲିଉଡର ଭେଟରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ । ମନୋଜ କୁମାର ତଥା ଭରତ କୁମାରଙ୍କ ପରଲୋକ । ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲାକେ । ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଭାରତୀୟ ଅଭିନେତା ଏବଂ ଫିଲ୍ମ ନିର୍ଦ୍ଦେଶକ ମନୋଜ୍ କୁମାର ଯିଏ କି ବିଶେଷ ଭାବରେ ନିଜର ଦେଶପ୍ରେମୀ ଚଳଚ୍ଚିତ୍ର ପାଇଁ ଖୁବ୍ ଜଣାଶୁଣା ଥିଲେ । ଏଥି ସହ ମନୋଜ କୁମାର ଭାରତ କୁମାରଙ୍କ ନାମରେ ମଧ୍ୟ ପରିଚିତ । ଅନେକ ଦେଶାତ୍ମବୋଧକ ଫିଲ୍ମରେ ଅଭିନୟ କରିଛନ୍ତି ମନୋଜ । ପଥର୍ ସେ ସନମ୍, ଉପକାର୍., ସୋର୍, ସନ୍ୟାସୀ, ରୋଟି କପଡା ଅର୍ ମକାନ ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ୭ଥର ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି । ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ମନୋଜ କୁମାର । ୧୯୫୭ ମସିହାରେ ଫିଲ୍ମ ‘ଫ୍ୟାସନ’ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login