ଭୁବନେଶ୍ୱର : ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବଲାଙ୍ଗୀର ଆସନ ସବୁଠୁ ଚର୍ଚ୍ଚାରେ ରହିଛି । କାରଣ ଏଥର ବଲାଙ୍ଗୀର ଲୋକସଭା ପାଇଁ କଂଗ୍ରେସ ଜଣେ ଚର୍ଚ୍ଚିତ ଚେହେରାଙ୍କୁ ପ୍ରାର୍ଥୀ କରିଛି । ଅଭିନେତା ମନୋଜ ମିଶ୍ରଙ୍କୁ ଟିକେଟ୍ ଦେଇ କଂଗ୍ରେସ ତାର ଯୋଦ୍ଧା ସଜାଇଛି ।ତେବେ ଗତ ଫେବୃୟାରୀ ୧୦ ତାରିଖରେ କଂଗ୍ରେସରେ ମିଶିଥିଲେ ମନୋଜ ମିଶ୍ର । ପିସିସି ସଭାପତିଙ୍କ ଉପସ୍ଥିତିରେ ହାତ ଧରିଥିଲେ । ଓଲିଉଡ କଳିରେ ଛନ୍ଦି ହୋଇ ବିବାଦରେ ଫସିଥିଲେ ମନୋଜ ମିଶ୍ର । ତାଙ୍କ ବୟାନ ବିଭିନ୍ନ ସମୟରେ ଓଲିଉଡରେ ଝଡ ସୃଷ୍ଟି କରିଥିବା ବେଳେ ହଠାତ୍ ସମସ୍ତଙ୍କୁ ଚମକେଇ ଦେଇ ରାଜନୀତିରେ ପାଦ ଥାପିଥିଲେ ମନୋଜ ।
Views: 81