ବଲାଙ୍ଗିର : ବଲାଙ୍ଗିରରେ ହାଇଦ୍ରାବାଦର ଆୟକର ଟିମ୍ । ତଦନ୍ତ ପାଇଁ ପହଁଚିଲେ ଆଇଟିର ୨୦ ଜଣିଆ ଆନାଲିସିସ ଟିମ୍ । ମଦ ବ୍ୟବସାୟୀଙ୍କ ଘରୁ ବିପୁଳ ଟଙ୍କା ଜବତ ପରେ ପହଁଚିଲା ଟିମ୍ । କମ୍ପ୍ୟୁଟର ଯାଞ୍ଚ କରିବ ଆନାଲିସିସ ଟିମ୍ । ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ହେବ ଖୋଳତାଡ଼ । ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି । ଆଜି ପୁଣି ଟଙ୍କା ଗଣିବା ଆରମ୍ଭ ହୋଇଛି । ଗତକାଲି ସନ୍ଧ୍ୟାରେ ସୁଦପଡାରେ ଚଢ଼ାଉ କରିଥିଲା ଆୟକର ବିଭାଗ । ମଦଭାଟି ମ୍ୟାନେଜରଙ୍କ ଘରୁ ୧୯ ବ୍ୟାଗ ଟଙ୍କା ଜବତ ହୋଇଛି । ଟଙ୍କା ଜବତକୁ କଡା ସୁରକ୍ଷା ଭିତରେ ଵଲାଙ୍ଗିରର sbi ବ୍ୟାଙ୍କର ମୁଖ୍ୟ ଶାଖାରେ ରଖାଯାଇଛି । ପ୍ରଥମ ଦିନ ସୁଦପଡା ମଦଭାଟିରୁ ୧୫୬ ବସ୍ତା ଓ ଗତକାଲି ମଦଭାଟି ମ୍ୟାନେଜରଙ୍କ ଘରୁ ୨୦ ବ୍ୟାଗ ଟଙ୍କା ଜବତ କରିଥିଲା ଆୟକର ବିଭାଗ ।
Views: 73











