ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଗଣପର୍ବ ନୂଆଖାଇ ପାଇଁ ନବାନ୍ନ ଲଗ୍ନ ନିର୍ଦ୍ଧାରିତ । ଆସନ୍ତା ମାସ ୨୦ ତାରିଖ ସକାଳ ୧୦ଟା ୨୮ରୁ ୧୦ ଟା ୪୧ ଯାଏଁ ସମୟ ଧାର୍ଯ୍ୟ । ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ୟ୍ୟ ହୋଇଛି । ଏହି ସମୟରେ ବଲାଙ୍ଗୀରବାସୀ ନୂଆଁଖାଇବେ । ତେବେ ପରମ୍ପରା ଅନୁସାରେ, ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ । ପରେ ଏହାକୁ ପ୍ରଶାଦ ଭାବେ ଶେବନ କରାଯାଇଥାଏ । ପାଟଣେଶ୍ୱରୀ ଏବଂ ମହାରାଜାଙ୍କ ରାଶି ନକ୍ଷେତ୍ରକୁ ନେଇ ଲଗ୍ନ ବାହାରିଥାଏ ।
Views: 108











