ଭୁବନେଶ୍ୱର : ରାଜ୍ୟରେ ବର୍ଷା ନେଇ ଏସଆରସିଙ୍କ ସୂଚନା । ରାଜ୍ୟରେ ଆସନ୍ତା ୨୬ କିମ୍ବା ୨୭ ଯାଏଁ ବର୍ଷା ସମ୍ଭାବନା । ଲଘୁଚାପ ଥିବାରୁ ରାଜ୍ୟର ବହୁ ସ୍ଥାନରେ ବର୍ଷା ଆଶଙ୍କା । ପଶ୍ଚିମ ଓଡିଶାରେ ଦିନେ କି ଦୁଇ ଦିନ ବର୍ଷିବ । ଏହା ପରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା । ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଜଳ ସମ୍ପଦ ବିଭାଗର ଅଧିକାରୀ ସଜାଗ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖାଯାଇଛି । ମାଲକାନଗିରି ଜିଲ୍ଲାପାଳଙ୍କ ସହ କଥା ହୋଇଥିବା ନେଇ କହିଛନ୍ତି ଏସଆରସି । ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ଅଛି । କୈାଣସି ସ୍ଥାନରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇନି । ୭ରୁ ୮ ଜିଲ୍ଲା ବାଦ ସବୁ ଜିଲ୍ଲାରେ ସ୍ୱାଭାବିକ ବର୍ଷା । ୩ ରୁ ୪ ଦିନ ବର୍ଷା ହେଲେ ଚାଷୀଙ୍କ ପାଇଁ ଅନୁକୂଳ ହେବ । ହୀରାକୁଦ ଗେଟ ଖୋଲିଲେ ଅସୁବିଧା ନାହିଁ ।
Views: 110