The Ultimate Managed Hosting Platform
ADVERTISEMENT

ବର୍ଷା ପାଇଁ ଆଜି ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା

Facebook
Twitter
LinkedIn

ମୟୂରଭଞ୍ଜ : ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ବନ୍ଦ । ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ପାଇଁ ଆଜି ରେଡ୍ ୱାର୍ଣ୍ଣିଂ ଥିବାରୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜକୁ ରେଡ଼ ଆଲର୍ଟ ଜାରି ହୋଇଛି । ୨୮ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଆଜି ଆହୁରି ଘନୀଭୂତ ହୋଇ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେବ ଲଘୁଚାପ । ଏହାପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର : ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି । ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି। ପୋଲିସ ଅପାରଗତାକୁ ଦାୟୀ କରିଛି...

ADVERTISEMENT
ମାଧୁରୀ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର

ମାଧୁରୀ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର : ମାଧୁରୀ ଦୀକ୍ଷିତ ହେଲେ ଓଡିଶାର ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର । ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ...

Login