The Ultimate Managed Hosting Platform
ADVERTISEMENT

ବରିଷ୍ଠ ସାମ୍ବାଦିକ ବନବିହାରୀ ମହାନ୍ତିଙ୍କ ବିୟୋଗରେ ସ୍ମୃତିସଭା

Facebook
Twitter
LinkedIn

ଭୁବନେଶ୍ବରସ୍ଥିତ ଅମିତ କଲେଜର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ପୂର୍ବତନ ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ବନବିହାରୀ ମହାନ୍ତିଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଲେଜ ନିର୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି, ବିଭାଗୀୟ ମୁଖ୍ୟ ଡ. ଶରତ କୁମାର ନାୟକ, ଅଧ୍ୟାପକ ଡ. ଭି ଆର୍ ରାଜୁ, ଡ• ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ସୁବ୍ରତ କୁମାର ପତି, ଟିକାୟତ ନାୟକ, ରଥିନ୍ଦ୍ର ମିଶ୍ର, ସୁଧାଂଶୁ ଶେଖର ଧଡ଼ା, ଗୋପାଳ କୃଷ୍ଣ ମହାପାତ୍ର, ଦୀପକ ସାମନ୍ତରାୟ, ଉମାକାନ୍ତ ପାତ୍ର, ଅଧ୍ୟାପିକା ଶୁଭଶ୍ରୀ ଦାସ ପ୍ରମୁଖ ସ୍ୱର୍ଗତ ମହାନ୍ତିଙ୍କ ଅଧ୍ୟାପକ ସାମ୍ବାଦିକ, ସମ୍ପାଦକ ଆଦି ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ | ୱେବିନାର ମାଧ୍ୟମରେ ଆୟୋଜିତ ଏହି ସ୍ମୃତି ସଭାରେ ତାଙ୍କ ପୁତ୍ର ଲକିସ୍ଥିତପ୍ରଜ୍ଞା ମହାନ୍ତି, ପୁତୁରା ଶୁଭ୍ରଜିତ ପଟ୍ଟନାୟକ, ଭୂଦୀପ ନାରାୟଣ ମହାନ୍ତି କଲେଜର ଛାତ୍ର ଛାତ୍ରୀ ଡ•ଅନୁରାଗ ସାହୁ, ବିଶ୍ୱଭୂଷଣ ଧୀର, ବିଶ୍ୱଜିତା ରାୟ, ମଧୁସ୍ମିତା ମହାପାତ୍ର, ସତ୍ୟଜିତ ମିଶ୍ର, ସୁଶାନ୍ତ ସାହୁ, ନିରଞ୍ଜନ ମିଶ୍ର, ମନୋରଞ୍ଜନ ମହାନ୍ତି, ଦିଗବିଜୟ ପାତ୍ର, ଦେବୀଦତ୍ତ ସ୍ୱାଇଁ, ଜ୍ୟୋତି ରଞ୍ଜନ ତ୍ରିପାଠୀ, ଆଦିତ୍ୟ କୁମାର ପତି, ଦିପ୍ତିମୟୀ ନାୟକ, ସାଗରୀକା ମଲ୍ଲିକ,ଯାଜ୍ଞସେନୀ ପରିଡା, ମମତା ଜେନା, ମିନୁ ସାହୁ ପ୍ରମୁଖ ସ୍ବର୍ଗତ ମହାନ୍ତିଙ୍କର ଛାତ୍ର ବତ୍ସଳତା, ଶିକ୍ଷା ଦାନର କୌଶଳ ଆଦି ଅନନ୍ୟ ଥିଲା ବୋଲି କହିଥିଲେ | ସ୍ମୃତି ସଭା ଶେଷରେ ସ୍ୱର୍ଗତ ମହାନ୍ତିଙ୍କପରିବାର ବର୍ଗଙ୍କ ପ୍ରତି ଏକ ସମବେଦନା ପତ୍ର ପ୍ରେରଣ କରାଯିବାର ପ୍ରସ୍ତାବ ଗୃହୀତ ହୋଇଥିଲା |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ADVERTISEMENT
ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login