ରାଜନଗର : ବରଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ବରପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବରଯାତ୍ରୀ ଜାଳିଦେଲେ କନ୍ୟାପକ୍ଷ ଲୋକଙ୍କ ଅଟୋ। ଗାଁରେ ବର କନ୍ୟା ଅଟକା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଏଥା ଗାଁରେ ଘଟିଛି ଅଭାବନୀୟ ଘଟଣା। ସୂଚନା ମୁତାବକ, ରାଜନଗର ଥାନା ଅନ୍ତର୍ଗତ ଯଦୁଚନ୍ଦ୍ରପୁର ଗାଁ ର ହରେକୃଷ୍ଣ ରାଉଳଙ୍କ ପୁଅ ମାନସ ରାଉଳ କଇଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ସହ ଗତକାଲି କଇଥା ଗାଁରେ ପହଂଚି ପ୍ରୋସେସନ କରିବା ସମୟରେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ବରଯାତ୍ରୀମାନେ କନ୍ୟାପକ୍ଷ ଅଟୋକୁ ଜାଳି ଦେଇଛନ୍ତି ଉତ୍ତେଜନା ତୀବ୍ର ହେବା ଫଳରେ କଏଥା ଗ୍ରାମବାସୀମାନେ ବରକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ରାଜନଗର ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖୁଛି ।
Views: 92











