ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ । ୪ ମୁଖା ପିନ୍ଧା ଦୁର୍ବୁତ୍ତ ଆକ୍ରମଣ କରି ଲୁଟ କରିଥିବା ସୂଚନା । ଗ୍ରାମର କାର୍ତ୍ତିକେଶ୍ୱର ସାହୁ ଏବଂ ତାଙ୍କ ସ୍ତ୍ରୀ ଘରେ ରାତିରେ ଏକୁଟିଆ ଥିବା ବେଳେ ହଠାତ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଭୁଜାଲି ଏବଂ ବନ୍ଧୁକ ଧରି ଘର ଭିତରେ ପଶିଲେ । ଟିଭି ଦେଖୁଥିବା କାର୍ତ୍ତିକେଶ୍ୱରଙ୍କୁ ଭୁଜାଲିରେ ତାଙ୍କ ହାତକୁ ଆକ୍ରମଣ କରିବା ସହିତ ବେକରେ ବନ୍ଧୁକ ଲଗାଇଥିଲେ ।
ଆଉ ଦୁଇ ଦୁର୍ବୃତ୍ତ ଘରେ ରୋଷେଇ କରୁଥିବା କାର୍ତ୍ତିକେଶ୍ୱର ଙ୍କ ସ୍ତ୍ରୀ ଅର୍ଣ୍ଣପୂର୍ଣ୍ଣାଙ୍କୁ ରୋଷେଇ ଘର ଭିତରେ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ଘର ଭିତର ଗଡ଼ରେଜ, ଖଟ ଆଦି ଭାଙ୍ଗିବା ସହିତ ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଓ ଅର୍ଣ୍ଣପୂର୍ଣ୍ଣାଙ୍କ ପିନ୍ଧା ସୁନା ଚେନ ମଧ୍ୟ ଲୁଟି ନେଇଥିଲେ । ଲୁଟିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଏକ ରୁମ ଭିତରେ ବନ୍ଦ କରି ଲୁଟେରାମାନେ ଚାଲି ଯାଇଥିବା ବେଳେ ୩ ଘଣ୍ଟା ପରେ ଘର ଭିତରୁ ଉଦ୍ଧାର କରିଲେ ପଡୋଶୀ। ଏହା ପରେ ଘଟଣା ବାବଦରେ ସେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











