The Ultimate Managed Hosting Platform
ADVERTISEMENT

ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା

Facebook
Twitter
LinkedIn

ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ । ୪ ମୁଖା ପିନ୍ଧା ଦୁର୍ବୁତ୍ତ ଆକ୍ରମଣ କରି ଲୁଟ କରିଥିବା ସୂଚନା । ଗ୍ରାମର କାର୍ତ୍ତିକେଶ୍ୱର ସାହୁ ଏବଂ ତାଙ୍କ ସ୍ତ୍ରୀ ଘରେ ରାତିରେ ଏକୁଟିଆ ଥିବା ବେଳେ ହଠାତ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଭୁଜାଲି ଏବଂ ବନ୍ଧୁକ ଧରି ଘର ଭିତରେ ପଶିଲେ । ଟିଭି ଦେଖୁଥିବା କାର୍ତ୍ତିକେଶ୍ୱରଙ୍କୁ ଭୁଜାଲିରେ ତାଙ୍କ ହାତକୁ ଆକ୍ରମଣ କରିବା ସହିତ ବେକରେ ବନ୍ଧୁକ ଲଗାଇଥିଲେ ।
ଆଉ ଦୁଇ ଦୁର୍ବୃତ୍ତ ଘରେ ରୋଷେଇ କରୁଥିବା କାର୍ତ୍ତିକେଶ୍ୱର ଙ୍କ ସ୍ତ୍ରୀ ଅର୍ଣ୍ଣପୂର୍ଣ୍ଣାଙ୍କୁ ରୋଷେଇ ଘର ଭିତରେ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ଘର ଭିତର ଗଡ଼ରେଜ, ଖଟ ଆଦି ଭାଙ୍ଗିବା ସହିତ ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଓ ଅର୍ଣ୍ଣପୂର୍ଣ୍ଣାଙ୍କ ପିନ୍ଧା ସୁନା ଚେନ ମଧ୍ୟ ଲୁଟି ନେଇଥିଲେ । ଲୁଟିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଏକ ରୁମ ଭିତରେ ବନ୍ଦ କରି ଲୁଟେରାମାନେ ଚାଲି ଯାଇଥିବା ବେଳେ ୩ ଘଣ୍ଟା ପରେ ଘର ଭିତରୁ ଉଦ୍ଧାର କରିଲେ ପଡୋଶୀ। ଏହା ପରେ ଘଟଣା ବାବଦରେ ସେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login