ଭୁବନେଶ୍ୱର : ବଡ ବିସ୍ଫୋରଣ ଘଟାଇଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସସ୍ମିତ ଭିଲେନ୍ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି କହିଲେ । ଦୁଇ ଦୁଇଟି ମିଟିଂରେ ନବୀନ ବିଲକୁ ବିରୋଧ କରିବୁ କହିଥିଲେ । ପୁଣି କାହିଁକି ନିଷ୍ପତ୍ତି ବଦଳିଗଲା, ନବୀନ ବାବୁ ବିଚାର କରିବା କଥା । ସସ୍ମିତ ଭିଲେନ ନୁହଁନ୍ତି, ସସ୍ମିତ ନିଦେ୍ର୍ଦଶ ନିଅନ୍ତି କିନ୍ତୁ ଦିଅନ୍ତି ନାହିଁ । ମୁଖ୍ୟ ପରାମର୍ଶ ଦାତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର କହିଲେ । ମୁଖ୍ୟ ପରାମର୍ଶ ଦାତା ରାଜନୀତିରେ ନ ଥାଇ ରାଜନୀତିକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି ।
ଅନ୍ୟପଟେ ବଡ ଡିଲ୍ ହୋଇଛି ବୋଲି କହିଲେ । ବିଜେପି ସହ ମୁଖ୍ୟ ପରାମର୍ଶ ଦାତାଙ୍କର ବଡ ଡିଲ୍ ହୋଇଛି । ନିକଟରେ ଯିଏ ଭିଆରଏସ ନେଇଛନ୍ତି ବୋଲି ଇଙ୍ଗିତ କଲେ ଦେବାଶିଷ । ନାଁ ନ ନେଇ ଭିକେ ପାଣ୍ଡିଆନଙ୍କ ଆଡକୁ ଇଙ୍ଗିତ କଲେ । ସେ କହିଛନ୍ତି, ମୁଁ ବୁଝିପାରିଲିନି ସଂସଦରେ କଣ ହେଲା । ସେଥିପାଇଁ ମୁଁ ଭୋଟ ଦେଲିନି । ବିଲ୍କୁ ବିରୋଧ ପାଇଁ ନବୀନ କହିଥିଲେ । ଶଙ୍ଖ ଭବନରେ ଏନେଇ ଆଲୋଚନା ବି ହୋଇଥିଲା । ମୁନ୍ନା ଖାନ୍ଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ହଠାତ କିଏ ନିଷ୍ପତ୍ତି ବଦଳାଇଲା ଜାଣିନି । ସଂଧ୍ୟା ସାଢ଼େ ୬ଟାରେ ସସ୍ମିତଙ୍କ ଏକ୍ସ ପୋଷ୍ଟରୁ ଜାଣିଲି । ଦଳର ହ୍ୱିପ୍ ନାହିଁ ବୋଲି ଏକ୍ସରୁ ଜାଣିଲି । ମୁଁ କାହା ସହ କଥା ହୋଇପାରିନି । ସବୁ ନେତା ମତେ ଫୋନ୍ କରିଛନ୍ତି । କିନ୍ତୁ ମୁଁ କାହା ସହ କଥା ହୋଇନି । ସଂସଦ ଭବନରେ ଫୋନ୍ରେ କଥା ହୋଇପାରେନା ଏବଂ ଏନେଇ କିଏ ପରାମର୍ଶ ଦେଲା କହିପାରିବିନି । ନବୀନଙ୍କ ଉପରେ ପରାମର୍ଶଦାତା ଥିଲେ ଜାଣିନି । ମୁଖ୍ୟ ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ପରିବର୍ତ୍ତନ ହୋଇଛି ।
ସେପଟେ ବିଜୁ ଜନତା ଦଳ ଭିତରେ ଦ୍ୱନ୍ଦ୍ୱ ହିଁ ଦ୍ୱନ୍ଦ୍ୱ । ସୋସିଆଲ୍ ମିଡିଆ ଏକ୍ସରେ ସସ୍ମିତ ପାତ୍ରଙ୍କ ଦଳ ବିରୋଧୀ ଆଭିମୁଖ୍ୟ ନେଇ ବିଜେଡିରେ ଆରମ୍ଭ ହୋଇଯାଇଛି ବିବାଦ । ପ୍ରଫୁଲ୍ଲଙ୍କ ପରେ ଦଳର ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା । ସେ କହିଛନ୍ତି, ସସ୍ମିତଙ୍କ ଏକ୍ସ ପୋଷ୍ଟ ଦଳର ଆଭିମୁଖ୍ୟ ବିରୋଧୀ । ଷଡଯନ୍ତ୍ର ପଛରେ କିଏ, ଅନୁଧ୍ୟାନ କରିବାର ଆବଶ୍ୟକ ରହିଛି ।
ବଡ ବିସ୍ଫୋରଣ ଘଟାଇଲେ ବିଜେଡି ସାଂସଦ ଦେବାଶିଷ, କହିଲେ ସସ୍ମିତ ଭିଲେନ୍ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...