The Ultimate Managed Hosting Platform
ADVERTISEMENT

ବଞ୍ଚୋ PEO ଜିତେନ୍ଦ୍ର ଜେନା ଗିରଫ

Facebook
Twitter
LinkedIn

କେନ୍ଦୁଝର : କେନ୍ଦୁଝର ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ । ଗୋଟିଏ ମାର୍କେଟ କମ୍ପ୍ଲେକ୍ସ , ୩ ମହଲା କୋଠା ଓ ୬ଟି ପ୍ଲଟ ଠାବ ହୋଇଛି । ୧୦୦ ଗ୍ରାମ ସୁନା, ଗୋଟିଏ ଦାମୀ କାର ଓ ୩୪ ଲକ୍ଷ ଟଙ୍କାର ଜମା ଜବତ । ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଚଢାଉ କରିଥିଲା ଭିଜିଲାନ୍ସ । ବିଦ୍ୟାଧରପୁରରେ ରହିଛି ଗୋଟିଏ ଇଲେକ୍ଟ୍ରୋନିକ୍ସ ସପ । ଘରେ ରେଡ ବେଳେ ମିଳିଛି ଶହେ ଗ୍ରାମର ସୁନା ଅଳଙ୍କାର । ଜିତେନ୍ଦ୍ର କୁମାର ଜେନା ୧୯୯୫ରେ ହଦଗଡ଼ ପଞ୍ଚାୟତ ସଂପାଦକ ଭାବେ ଚାକିରି ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ ମାସିକ ୨୨ଶହ ଟଙ୍କା ଦରମା ମିଳୁଥିଲା । ୨୦୦୯ରେ ତାଙ୍କୁ ପିଇଓ ପଦକୁ ପଦୋନ୍ନତି ମିଳିଥିଲା । ଏବେ କିନ୍ତୁ ନିଜ ଆୟଠୁ ବହୁ ଗୁଣ ଅଧିକ ସଂପତ୍ତି କମାଇଛନ୍ତି । ହେଲେ ଏସବୁ ସଂପତ୍ତି କେମିତି କମାଇଲେ ତାର କୌଣସି ସନ୍ତୋଷଜନକ ଉତ୍ତର ପିଇଓ ଜିତେନ୍ଦ୍ର ଜେନା ଭିଜିଲାନସକୁ ଦେଇପାରିନଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login