ଝାରସୁଗୁଡା : ବଜ୍ରାଘାତରେ ଟଳିପଡ଼ିଛନ୍ତି ଦୁଇଜଣ ଚାଷୀ । ଚାଷ ଜମିରେ କାମ କରୁଥିବା ବେଳେ ହଠାତ ଆସିଲା ମୃତ୍ୟୁ, ଆଉ ନେଇଗଲା ଦୁଇଜଣ ଯୁବକଙ୍କ ଜୀବନ । ମୃତକ ଦୁଇଜଣ ହେଲେ ଝାରସୁଗୁଡା ଜିଲ୍ଲା ବଂଜାରୀ ଗ୍ରାମର ଚୁଡାକାନ୍ତ ରୋହିଦାସ ଏବଂ ଅଶୋକ ରୋହିଦାସ ।ତକାଲି ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ବଂଜାରୀ ଗ୍ରାମର ଦୁଇ ଯୁବ ଚାଷୀ ଚାଷ ଜମିରେ କାମ କରିବା ପାଇଁ ବାହାରି ପଡ଼ିଥିଲେ । କିଏ ଜାଣିଥିଲା ବିଲରେ ଛକି ବସିଥିବ ଜମ । ଏତିକି ବେଳେ ଘଡଘଡି ମାରିବା ଦ୍ବାରା ଅକାଳରେ ଟଳି ପଡ଼ିଛନ୍ତି ଦୁଇଜଣ ଚାଷୀ । ଯେତେବେଳେ ଘଡ଼ଘଡ଼ି ବିଲରେ ପଡ଼ିଲା ସେତେବେଳେ ସେମାନେ ଅଚେତ ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ଅଚେତ ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ, ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।ଦୁଇ ଯୁବକଙ୍କ ଅକାଳ ବିୟୋଗରେ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ବାସିନ୍ଦା ବଜ୍ରାଘାତକୁ ନେଇ ଭୟଭୀତ ହୋଇପଡିଛନ୍ତି ।
Views: 20