ନୂଆଦିଲ୍ଲୀ : ଆଗତ ହୋଇଛି ବଜେଟ-୨୦୨୪। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଅଳ୍ପ ଦିନ ପରେ ନିର୍ବାଚନ ଥିବାରୁ କାମଚଳା ବଜେଟ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କଲେ ଅର୍ଥମନ୍ତ୍ରୀ। ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ସବ୍କା ସାଥ୍, ସବକା ବିକାଶ ଓ ସବ୍କା ପ୍ରୟାସ ଚାଲୁ ରହିଛି ବୋଲି କହିଛନ୍ତି ନିର୍ମଳା। ଅର୍ଥମନ୍ତ୍ରୀଙ୍କ ବଜେଟରେ କାହା କାହା ଉପରେ ଦିଆଯାଇଛି ଗୁରୁତ୍ୱ ଆସନ୍ତୁ ଜାଣିବା ।
୩ଟି ରେଳ କରିଡର୍ ଆରମ୍ଭ ହେବ, ୪୦ ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତର ହେବ
ପ୍ରତିରକ୍ଷା ବ୍ୟୟ ୧୧.୧% ବୃଦ୍ଧି ପାଇବ
ଆୟୁଷ୍ମାନ ଭାରତରେ ସାମିଲ ହେବେ ସବୁ ଆଶା ଓ ଅଙ୍ଗନବାଡ଼ି
ଅପରିବର୍ତ୍ତିତ ରହିଲା ଆୟକର ସୀମା
୫ ବର୍ଷରେ ଆହୁରି ୨ କୋଟି ଆବାସ ମିଳିବ
ପର୍ୟ୍ୟଟନର ବିକାଶ ପାଇଁ ଲାକ୍ଷାଦ୍ୱୀପର ବିକାଶ ହେବ
୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ମାନ୍ୟତା
କୋଟିଏ ଘରକୁ ସୌର ଶକ୍ତିରେ ମିଳିବ ବିଦ୍ୟୁତ
ବିମାନ ବନ୍ଦର ଦୁଇଗୁଣା ହେବ
୫୦ ବର୍ଷିଆ ସୁଧରହିତ ଯୋଜନାରେ ଦିଆଯିବ ଋଣ
ତେବେ କେଉଁ ଯୋଜନା ପାଇଁ କେତେ ଟଙ୍କା ରହିଛି ?
ପିଏମ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା – ୨୪୦୦ କୋଟି
ପିଏମ୍ ଆବାସ ଯୋଜନା – ୮୦,୬୭୧ କୋଟି
ଜଳଜୀବନ ମିଶନ – ୭୦,୧୬୩ କୋଟି
ୟୁରିଆ ସବସିଡି – ୧,୬୪,୦୦୦ କୋଟି
ମନରେଗା – ୮୬,୦୦୦ କୋଟି
ଆୟୁଷ୍ମାନ ଭାରତ – ୭,୫୦୦ କୋଟି
ପିଏମ୍ କୃଷି ସିଞ୍ଚନ ଯୋଜନା -୧୧,୩୯୧ କୋଟି
ବଜେଟରେ ଏଥର ନୂଆ ଭାରତର ନୂଆ ଆକାଂକ୍ଷା । ବଜେଟ୍ରେ ଜିଡିପି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ନିର୍ମଳା ସୀତାରମଣ।
ବଜେଟ-୨୦୨୪ ; କେଉଁ ଯୋଜନା ପାଇଁ କେତେ ଟଙ୍କା ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











