ଭୁବନେଶ୍ୱର : ମିଶନଶକ୍ତି କମ୍ୟୁନିଟ ସଫୋର୍ଟ ଷ୍ଟାଫଙ୍କ ଆନେ୍ଦାଳନ ସ୍ଥଗିତ । ସରକାରଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ସ୍ଥଗିତ ହେଲା ଆନେ୍ଦାଳନ । ଡିସେମ୍ବର ୩୦ ସୁଦ୍ଧା ବକେୟା ଦରମା ଓ ଦାବି ସମାଧାନ ନେଇ ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ସ୍ଥଗିତ ରହିଛି । ସୂଚନା ଅନୁସାରେ ମାର୍ଚ୍ଚରୁ ଏମାନଙ୍କୁ ଦରମା ମିଳିନଥିଲା । ୬୨ ହଜାର ମହିଳାଙ୍କ ପ୍ରସଙ୍ଗକୁ ନେଇ ଗୃହରେ ଶାସକ-ବିରୋଧୀ ବି ବିଧାନସଭାରେ କଥା କଟାକଟି ହେଲା । ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ କରାଯାଇଥିଲା । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ହଜାର ହଜାର ମହିଳା । ୬ଟି କମ୍ୟୁନିଟି ସର୍ପୋଟ ଷ୍ଟାଫଙ୍କର ୯ ମାସର ଦରମା ବନ୍ଦ ପ୍ରତିବାଦରେ ଲୋୟର ପିଏମଜିରେ ଗର୍ଜିଥିଲେ ମହିଳା ।
Views: 59











