The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଫେଲ୍ ମାରିଲା ନକ୍ସଲଙ୍କ ଟାର୍ଗେଟ ଅଳ୍ପକେ ବର୍ତ୍ତିଲେ ସୁରକ୍ଷାକର୍ମୀ

Facebook
Twitter
LinkedIn

ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିଲା ଲ୍ୟାଣ୍ଡମାଇନ୍‌ । ସର୍ଚ୍ଚ ଅପରେସନ ବେଳେ ଠାବ କରି ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ । ସୂଚନା ଅନୁଯାୟୀ, ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ । କରିଗୁଡେମ ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ୟ୍ୟ ଚାଲିଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସେଠାରେ ନକ୍ସଲ ମାନେ ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ । ହେଲେ ସିଆରପିଏଫର ୧୫୦ ବାଟାଲିଆନର ଜବାନ ମାନେ ସେହି ରାସ୍ତା ଦେଇ ଯାଇଥିବା ସମୟରେ ଯାଞ୍ଚ କରିଥିଲେ । ପରେ ସେଠାରେ ପ୍ରାୟ ୧୦ କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ୍‌ ଲାଗିଥିବା ଜଣାପଡିଥିଲା । ସିଆରପିଏଫ ଓ ଡିଆରଜି ବାହିନୀ ମିଳିତ ଭାବେ ଏହାକୁ ଜବତ କରି ବିସ୍ଫୋରଣ କରିଛନ୍ତି । ତେବେ ନକ୍ସଲ ଙ୍କ ଟାର୍ଗେଟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷା କର୍ମୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...

ADVERTISEMENT