ଭୁବନେଶ୍ୱର : ଫେବ୍ରୁଆରୀ ୩ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବ ଏକାମ୍ର ଉତ୍ସବ । ଗତକାଲି ଲୋକସେବା ଭବନରେ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାମ୍ର ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଏକାମ୍ର ଉତ୍ସବ ।ଅନୁଷ୍ଠିତ ହେବ ସଙ୍ଗୀତର ମୂର୍ଚ୍ଛନା । ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ଦେଖିବାକୁ ମିଳିବ ନୃତ୍ୟ, ସଙ୍ଗୀତ, ଲାଇଭ ବ୍ୟାଣ୍ଡ ପ୍ରଦର୍ଶନ । ଏହି ୭ ଦିନିଆ ଉତ୍ସବରେ ପ୍ରତି ସନ୍ଧ୍ୟାରେ ରହିବ ଭିନ୍ନ ଭିନ୍ନ ପ୍ରଦର୍ଶନ ।
Views: 116











