ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୨ କି ୩ ରେ ପବିତ୍ର ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ହେବ ତାକୁ ନେଇ ଦ୍ବନ୍ଦ୍ୱ ଦେଖାଦେଇଥିଲା । ଭିନ୍ନ ଭିନ୍ନ ପାଞ୍ଜିରେ ରହିଛି ଭିନ୍ନ ଭିନ୍ନ ଆକଳନ । ସରସ୍ବତୀ ପୂଜା ତାରିଖ ଦ୍ବନ୍ଦ୍ବ ଦୂର କଲେ ଶ୍ରୀମନ୍ଦିର ପ୍ରଶାସନ। ଫେବ୍ରୁଆରୀ ୨ ତାରିଖରେ ପାଳିତ ହେବ ସରସ୍ବତୀ ପୂଜା । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ବିଧି ଅନୁସାରେ ସେହି ଦିନ ରଥ କାଠ ଅନୁକୂଳ କରାଯିବ କହିଛନ୍ତି ନୀତି ପ୍ରଶାସକ। ଶାସ୍ତ୍ର ଅନୁଯାୟୀ ଷଷ୍ଠୀ ଯୁକ୍ତ ପଞ୍ଚମୀ ତିଥିରେ ହିଁ ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ହେବା କଥା । ତେବେ ରିକ୍ତା ତିଥି ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ଗ୍ରହଣୀୟ ନୁହେଁ । ଅନ୍ୟ ପଟରେ ଚାରି ପୀଠର ଶଙ୍କରାଚାର୍ୟ୍ୟଙ୍କ ଅନୁମୋଦନ ଓ ପରାମର୍ଶ ଅନୁଯାୟୀ କୁମ୍ଭମେଳା ସାହିସ୍ନାନ ଫେବୃୟାରୀ ୩ ତାରିଖରେ ହେଉଛି ।
Views: 60