The Ultimate Managed Hosting Platform
ADVERTISEMENT

ଫେବ୍ରୁଆରୀରୁ ପାର୍ଲ୍ୟାମେଣ୍ଟ ବଜେଟ ଅଧିବେଶନ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିନକ ପରେ ସାଧାରଣ ବଜେଟ୍ । ରାଷ୍ଟ୍ରପତିଙ୍କ ସମ୍ବୋଧନରୁ ଆରମ୍ଭ ହେବ ବଜେଟ ଅଧିବେଶନ । କାଲି ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବ୍ରୁଆରୀ ୧ରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି । ଗୃହରେ ସକାରାତ୍ମକ ଆଲୋଚନା ପାଇଁ ଅପିଲ କରିବେ ସରକାର । ଦୁଇଟି ପର୍ୟ୍ୟାୟରେ ଚାଲିବ ବଜେଟ ଅଧିବେଶନ । ପ୍ରଥମ ପର୍ୟ୍ୟାୟ ଅଧିବେଶନ ଫେବ୍ରୁଆରୀ ୧୩ରେ ସରିବ । ମାର୍ଚ୍ଚ ୧୦ ରୁ ଏପ୍ରିଲ ୪ ପର୍ୟ୍ୟନ୍ତ ଚାଲିବ ଦ୍ବିତୀୟ ପର୍ୟ୍ୟାୟ ଅଧିବେଶନ। ଏହି ପର୍ୟ୍ୟାୟରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ ଏବଂ ବଜେଟ ଆବଣ୍ଟନ ଉପରେ ଫୋକସ୍ ରହିବ।ମଧ୍ୟବିତ୍ତଙ୍କ ନଜର ଆୟକର ଟକିସ ଉପରେ । ଦରଦାମ ବୃଦ୍ଧି ସମୟରେ ଆଶ୍ବସ୍ତି ଚାହୁଁଛନ୍ତି ମଧ୍ୟବିତ୍ତ । ନୂଆ ଓ ପୁରୁଣା ଟିକସ ବ୍ୟବସ୍ଥାରେ କଣ ପରିବର୍ତ୍ତନ ହେବ । ନୂଆ ଟିକସ ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ । ୩ ରୁ ୭ ଲକ୍ଷ ମଧ୍ୟରେ ୫ ପ୍ରତିଶତ, ୭ ରୁ ୧୦ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ, ୧୦ ରୁ ୧୨ ଲକ୍ଷ ଉପରେ ୧୫ ପ୍ରତିଶତ, ୧୨ ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ରହିଛି । ନୂଆ ଟିକସ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରିବାକୁ ଗତ ବଜେଟରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏଥର ନୂଆ ଟିକସ ବ୍ୟବସ୍ଥାରେ କଣ ପରିବର୍ତ୍ତନ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login