ଫୁଲବାଣୀ : ଫୁଲବାଣୀ ଟାଉନଥାନା ଡାକପାଲା ମଝିଆସାହିରେ ଗୁଳିମାଡ । ପୂର୍ବ ଶତ୍ରୁତାରୁ ଗୁଳିମାଡ । ଜଣଙ୍କ ଛାତିରେ ବାଜିଛି ୨ଟି ଗୁଳି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର । ଅଭିଯୁକ୍ତ ଫେରାର । ଗୁଳିମାଡ କରିଥିବା ଅଭିଯୁକ୍ତ ଯୁବକ ସେହି ଗାଁର ସୂଚନା । ଡାକପାଲା ଅଞ୍ଚଳର ଅଜିତ ପ୍ରଧାନ ନାମକ ଯୁବକଙ୍କୁ କେହି ଜଣେ ଦୁବୃର୍ତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା । ଗତକାଲି ରାତି ୯ଟା ବେଳକୁ ଫୁଲବାଣୀରୁ ନିଜ ଘରକୁ ଫେରୁଥିବା ବେଳେ ଗୁଳିମାଡ଼ ହୋଇଛି । ଗୁଳିଟି ଅଜିତଙ୍କ ଛାତିରେ ବାଜିଥିଲା । ତାଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ ଟାଉନଥାନା ପୋଲିସ ତଦନ୍ତ ଚଳାଇଛି । ତେବେ କିଏ ଓ କାହିଁକି ଅଜିତଙ୍କୁ ଗୁଳି ମାଡ଼ କରିଲା କାରଣ ଜଣାପଡିନି।
Views: 82











