ଫୁଲକୋବି ଶୀତ ଦିନିଆ ପରିବା। ଶୀତ ଦିନରେ ଏହି ପରିବା ବଜାର ହାଟରେ ଭଲଭାବେ ବେଶ ଶସ୍ତାରେ ମଧ୍ୟ ମିଳିଯାଏ। ଫୁଲ କୋବିର ଗୁଣବତ୍ତା ଗରମ ହୋଇଥାଏ ତେଣୁ ଏହାକୁ ଗରମ ଦିନ ଖିଆଯାଏ ନାହିଁ। ଥଣ୍ଡା ଦିନେ ଏହାକୁ ଯେତେ ଖାଇବେ ସେତେ ଶରୀର ପ୍ରତି ଫଳପ୍ରଦ ହେବ।ଶୀତ ଦିନେ ଅଧିକାଂଶ ଲୋକ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି। ଫୁଲକୋବି ଖାଇବା ଯେମିତି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଶୀତଦିନେ ଫୁଲକୋବି ଖାଇବା ନିହାତି ଦରକାର । କାରଣ ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିଘଟିଥାଏ । ଆସନ୍ତୁ ଫୁଲକୋବିର ଉପକାରିତା ବିଷୟରେ ଆଲୋଚନା କରିବା । ଫୁଲକୋବିରେ ଫାଇବର ପ୍ରଚୁର ମାତ୍ରାରେ ଭରି ରହିଥିବାରୁ ଏହା ଶରୀରରେ ବ୍ୟାକ୍ଟେରିଆ ଓ ପାଚନ ଶକ୍ତି ବୃଦ୍ଧି କରିଥାଏ । ଫୁଲକୋବିରେ କ୍ୟାଲୋରୀ କମ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ, ଯାହାକି ଆମ ଶରୀର ପାଇଁ ବହୁତ ଜରୁରୀ । ଏଥିରେ ଭିଟାମିନ-ସି, ଭିଟାମିନ-କେ ରହିଥାଏ ।ଫୁଲକୋବି ଆଣ୍ଟିଅକ୍ସିଡେଣ୍ଟର ଏକ ପ୍ରମୁଖ ମାଧ୍ୟମ । ଯାହା ଫଳରେ ଶରୀରର କୋଷିକା ଗୁଡ଼ିକୁ ଏହା ଅନେକ ସଂକ୍ରମଣରୁ ବଞ୍ଚାଇଥାଏ ।ଫୁଲକୋବିରେ ସଲଫୋରାଫେନ ଥିବାରୁ ଏହା ଆମକୁ କିଡନୀ ରୋଗ, ମଧୁମେହ ଆଦିରୁ ରକ୍ଷା କରିଥାଏ । ଏହା ସହ ବ୍ଲଡପ୍ରେସର କମ କରିବା ସହ ଧମନୀଗୁଡ଼ିକୁ ସୁସ୍ଥ ରଖିଥାଏ ।ଏଥିରେ କ୍ୟାଲାରୀ କମ ମାତ୍ରାରେ ଥିବାରୁ ଏହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଫାଇବର ଅଧିକ ମାତ୍ରାରେ ଥିବାରୁ ଏହାକୁ ଖାଇବା ପରେ ଆମକୁ ଶୀଘ୍ର ଭୋକ ହୁଏନାହିଁ, ଫଳରେ ଅଧିକ ଖାଇବାରୁ ଆମେ ରକ୍ଷା ପାଇଥାଉ ।
ଫୁଲକୋବି ଖାଇଲେ କି ଉପକାର ମିଳେ ଆସନ୍ତୁ ଆଜି ଆମେ ଜାଣିବା
Facebook
Twitter
LinkedIn
Facebook
Twitter
LinkedIn
Recent News
ରାସ୍ତା ମଝିରେ ଜଳିଗଲା ହାଇୱା
ଘଟଗାଁ : ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା । କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏକ ହାଇୱାରେ ନିଆଁ ଲାଗିଯାଇଥିଲା...
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...












