ଗିନି : ଫୁଟବଲ ମ୍ୟାଚ ପାଲଟିଲା ରଣକ୍ଷେତ୍ର । ରକ୍ତର ହୋଲି ଖେଳିଲେ ୨ ଦଳର ପ୍ରଶଂସକ । ଆଫ୍ରିକୀୟ ଦେଶ ଗିନିରେ ଫୁଟବଲ ଖେଳ ବେଳେ ଭୟଙ୍କର ସଂଘର୍ଷ । ପ୍ୟାନଙ୍କ୍ସ ମଧ୍ୟରେ ଯୁଦ୍ଧ ଲାଗିଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗତକାଲି ନାଜେରେକୋରରେ ଚାଲିଥିଲା ଫୁଟବଲ ମ୍ୟାଚ । ରେଫରିଙ୍କ ବିବାଦୀୟ ନିଷ୍ପତ୍ତି ପରେ ଆରମ୍ଭ ହୋଇଥିଲା ନରସଂହାର । ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ । ପରସ୍ପରକୁ ଆକ୍ରମଣ କରିଥିଲେ ଦୁଇ ଦଳର ଫ୍ୟାନ୍ସ । ପରେ ବିକ୍ଷୋଭକାରୀ ମାନେ ପୋଲିସ ଷ୍ଟେସନରେ ନିଆଁ ଲଗାଇଥିଲେ । ଘଟଣା ସ୍ଥଳରେ ଅନେକଙ୍କ ମୃତ୍ୟୁ ହୋଇଛି ।
ଡାକ୍ତରଙ୍କ ରିପୋର୍ଟ ମୁତାବକ, ୧୦୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କାଜୁଆଲଟିରେ ଆହତଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି । ଶବ ବ୍ୟବଚ୍ଛେଦ ପାଇଁ ହସପିଟାଲରେ ଲାଇନ ଲାଗିଛି । ଶବଗୃହରେ ରଖିବାକୁ ସ୍ଥାନ ନାହିଁ । ଏହି ମ୍ୟାଚରେ ରେଫରିଙ୍କ ଦ୍ୱାରା ଏକ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ପ୍ରଶଂସକମାନେ ପିଚ୍ ଉପରକୁ ଯାଇ ଆକ୍ରମଣ କରିଥିଲେ । ପରେ ବିକ୍ଷୋଭକାରୀ ମାନେ ପୋଲିସ ଷ୍ଟେସନରେ ନିଆଁ ଲଗାଇଥିଲେ ।
ଫୁଟବଲ ମ୍ୟାଚ ହେଲା କାଳ , ରକ୍ତର ହୋଲି ଖେଳିଲେ ୨ ଦଳର ପ୍ରଶଂସକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











