The Ultimate Managed Hosting Platform
ADVERTISEMENT

ଫୁଟବଲ ମ୍ୟାଚ ହେଲା କାଳ , ରକ୍ତର ହୋଲି ଖେଳିଲେ ୨ ଦଳର ପ୍ରଶଂସକ

Facebook
Twitter
LinkedIn

ଗିନି : ଫୁଟବଲ ମ୍ୟାଚ ପାଲଟିଲା ରଣକ୍ଷେତ୍ର । ରକ୍ତର ହୋଲି ଖେଳିଲେ ୨ ଦଳର ପ୍ରଶଂସକ । ଆଫ୍ରିକୀୟ ଦେଶ ଗିନିରେ ଫୁଟବଲ ଖେଳ ବେଳେ ଭୟଙ୍କର ସଂଘର୍ଷ । ପ୍ୟାନଙ୍କ୍ସ ମଧ୍ୟରେ ଯୁଦ୍ଧ ଲାଗିଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗତକାଲି ନାଜେରେକୋରରେ ଚାଲିଥିଲା ଫୁଟବଲ ମ୍ୟାଚ । ରେଫରିଙ୍କ ବିବାଦୀୟ ନିଷ୍ପତ୍ତି ପରେ ଆରମ୍ଭ ହୋଇଥିଲା ନରସଂହାର । ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ । ପରସ୍ପରକୁ ଆକ୍ରମଣ କରିଥିଲେ ଦୁଇ ଦଳର ଫ୍ୟାନ୍ସ । ପରେ ବିକ୍ଷୋଭକାରୀ ମାନେ ପୋଲିସ ଷ୍ଟେସନରେ ନିଆଁ ଲଗାଇଥିଲେ । ଘଟଣା ସ୍ଥଳରେ ଅନେକଙ୍କ ମୃତ୍ୟୁ ହୋଇଛି ।
ଡାକ୍ତରଙ୍କ ରିପୋର୍ଟ ମୁତାବକ, ୧୦୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କାଜୁଆଲଟିରେ ଆହତଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି । ଶବ ବ୍ୟବଚ୍ଛେଦ ପାଇଁ ହସପିଟାଲରେ ଲାଇନ ଲାଗିଛି । ଶବଗୃହରେ ରଖିବାକୁ ସ୍ଥାନ ନାହିଁ । ଏହି ମ୍ୟାଚରେ ରେଫରିଙ୍କ ଦ୍ୱାରା ଏକ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ପ୍ରଶଂସକମାନେ ପିଚ୍ ଉପରକୁ ଯାଇ ଆକ୍ରମଣ କରିଥିଲେ । ପରେ ବିକ୍ଷୋଭକାରୀ ମାନେ ପୋଲିସ ଷ୍ଟେସନରେ ନିଆଁ ଲଗାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login