ଫିଲିଫାଇନ୍ସ : ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’ । ଫିଲିପାଇନ୍ସର ଆରୋରା ପ୍ରଦେଶରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ । ଗତକାଲି ରାତି ୯ଟା ୧୦ରେ ଲୁଜୋନର ଆରୋରା ନିକଟରେ ଲ୍ୟାଣ୍ଡଫଲ କରିଛି । ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ୨୩୦ କିମି ବେଗରେ ପବନ ବହିଥିଲା । ପ୍ରଭାବରେ ସମୁଦ୍ରରେ ୫ ମିଟର ଉଚ୍ଚର ଜୁଆର ବି ଆସିଥିଲା । ୧୬ ଶହ କିଲୋମିଟର ଯାଏ ମହାବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଫିଲିପାଇନ୍ସର ପ୍ରାୟ ଦୁଇ-ତୃତୀୟାଂଶ ଅଞ୍ଚଳକୁ ଆଚ୍ଛଦିତ କରିଛି ‘ଫୁଙ୍ଗ-ୱଙ୍ଗ୍’ । ଲ୍ୟାଣ୍ଡଫଲ ପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ୧୩ ତାରିଖରେ ତାଇୱାନର ପଶ୍ଚିମ ଉପକୂଳରେ ପ୍ରଭାବ ପକାଇବ । ମହାବାତ୍ୟାରେ ଏ ଯାଏ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପୂର୍ବରୁ ଦୋର ବିଭିନ୍ନ ଅଞ୍ଚଳର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ପୂର୍ବରୁ ସ୍ଥାନାନ୍ତର କରାଯାଇଛି। ୩୦୦ରୁ ଅଧିକ ଘରୋଇ ଓ ଅନ୍ତଜାତୀୟ ବିମାନ ଉଡ଼ାଣ ବାତିଲ ହୋଇଛି । ଆଜି ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି ।
Views: 43











