ଫିଲିପାଇନ୍ସ : ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗିର ତାଣ୍ଡବ । ଏହି ଭୀଷଣ ବାତ୍ୟା ଫିଲିପାଇନ୍ସକୁ ଛାରଖାର କରିଦେଇଛି । ପ୍ରାୟ ୨୪୧ ଜଣ ପ୍ରାଣ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛି । ସେଠିକାର ପରିସ୍ଥିତି ଦେଖି ଫିଲିପିନ୍ସର ରାଷ୍ଟ୍ରପତି ଦେଶରେ ଆପତ୍ତକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଟାଇଫୁନ ଯୋଗୁଁ ଅନେକ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚିପାରୁନି । ରେଡକ୍ରସକୁ କଲ୍ ଆସୁଛି ଆଉ ଲୋକ ସହାୟତା ପାଇଁ ଗୁହାରି କରୁଛନ୍ତି । ଖବର ମୁତାବକ, ଦେଶର ପୂର୍ବ ପ୍ରାନ୍ତରେ ଥିବା ଲେଟେ ଓ କେବୁରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିଲା । ପାଣିପାଗ ବିଭାଗର କହିବାନୁସାରେ, ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ରହିଥିଲା । ପରେ ଏହା ୧୯୫ କିଲୋମିଟରକୁ ବୃଦ୍ଧି ପାଇଥିଲା । ଯେଉଁଥିରେ ଘର ଭାଙ୍ଗିବା ସହ ଅନେକ ଲୋକ ବନ୍ୟାରେ ଭାସି ଯାଇଥିଲେ । ଏହାସହ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ୬ ଜଣ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି । କଲମାଏଗିର ପ୍ରଭାବିତ ପ୍ରାନ୍ତରେ ମାନବୀୟ ସହାୟତା ପହଞ୍ଚାଇବାକୁ ଯାଇଥିବା ବାୟୁସେନା ହେଲିକପ୍ଟରରେ ଏମାନେ ଥିଲେ । ଯାହା ଦୁର୍ଘଟଣାର ଶିକାର ହୋଇଥିଲା ।
ଫିଲିପାଇନ୍ସରେ ଟାଇଫୁନ କଲମାଏଗିର ତାଣ୍ଡବ , ଏମରଜେନ୍ସୀ ଘୋଷଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











