The Ultimate Managed Hosting Platform
ADVERTISEMENT

ଫାଇନାଲରେ ଭାରତ

Facebook
Twitter
LinkedIn

ମୁମ୍ବାଇ : ଭାରତର ବଡ ବିଜୟ । କିବ୍ୱି ଟିମକୁ ମାତ ଦେଇକ୍ତି ଭାରତ । ୨୦୨୩ ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି ମାରିଛି ଭାରତ । ଲଗାତାର ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି।ବିରାଟ ଏବଂ ଶ୍ରେୟସଙ୍କ ଶତକ ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂରେ ଭାରତ ବିଶ୍ୱକପ ଫାଇନାଲରେ ପହଞ୍ଚିଛି । ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ସେମି ଫାଇନାଲ ମ୍ୟାଚ୍ବି ଜିତି ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।


୩୯୮ ରନର ପିଛା କରି ମଇଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ମହମ୍ମଦ ସାମିଙ୍କ ବଲରେ ଘାଇଲା ହୋଇଥିଲା । ମାତ୍ର ୩୯ ରନରେ ଦଳର ଦୁଇ ଓପନର ପାଭିଲିୟନ ଫେରି ଯାଇଥିଲେ। ହେଲେ କେନ୍ ୱିଲିୟମସନ୍ ଏବଂ ଡାରିଲ ମିଚେଲ ଦମଦାର ବ୍ୟାଟିଂ ଭାରତକୁ କିଛି ସମୟ ଚିନ୍ତା ରେ ପକେଇଦେଇଥିଲ। ଦୁହେଁ ପାର୍ଟନରସିପ କରି ନ୍ୟୁଜିଲାଣ୍ଡର ପାଳିକୁ ସମ୍ଭାଳିଥିଲେ । ତେବେ ୭୩ ବଲରେ କେନ୍ ୱିଲିୟମସନ ୬୯ ରନ୍ କରିଥିବା ବେଳେ ବିସ୍ଫୋରକ ଶତକ ହାସଲ କରିଛନ୍ତି ଡାରିଲ ମିଚେଲ । ଲିଗ୍ ଷ୍ଟେଜରେ ମିଚେଲ ୧୧୯ ବଲ ରେ ୧୩୪ ରନର ପାଳି ଖେଳିଥିଲେ ।ସେହିପରି ଗ୍ଲେନ୍ ଫିଲିପସ ୩୩ବଲ ରେ ୪୧ ରନ କରିଥିଲେ।
ଭାରତ ପକ୍ଷରୁ ସାମି ୭ଟି ୱିକେଟ, ବୁମରା, ସିରାଜ, କୁଲଦୀପ ୧ଟି ୱିକେଟ ନେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login