କୋରାପୁଟ : କୋରାପୁଟ ସେମିଳିଗୁଡା ଫରେଷ୍ଟରଙ୍କ ବିପୁଳ ସମ୍ପତ୍ତି ଠାବ । ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ଫରେଷ୍ଟରଙ୍କ ଭୁବନେଶ୍ୱର ଝାରପଡାରେ ଅଛି ୨ଟି ବହୁତଳ କୋଠା । ଭୁବନେଶ୍ୱର , ଜଗତସିଂହପୁର ଓ ସେମିଳିଗୁଡାରେ ଅଛି ୭ଟି ଦାମୀ ପ୍ଲଟ । ଫରେଷ୍ଟରଙ୍କର ପ୍ରାୟ କେଜିଏ ସୁନା ଅଳଙ୍କାର ମଧ୍ୟ ଠାବ । ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଠାବ । ୧୯୮୮ରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିଲେ ନିରଞ୍ଜନ । ନିରଞ୍ଜନଙ୍କର ସେତେବେଳେ ଦରମା ଥିଲା ୬୨୫ ଟଙ୍କା ।
Views: 69











